Odisha Link
Bridging the Missing Links in Odisha

ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଜୁଲାଇ ୩ ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ଘୋଷଣା କରାଯାଇଛି। ୭୫ ପ୍ରତିଶତ ମାନଦଣ୍ଡକୁ ହଟାଇ ଦିଆଯାଇଛି। ଆଇଆଇଟି ଗଡଗପୁର ଏହାର ଆୟୋଜନ କରିବ। ଏନେଇ ସୂଚନା ନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗୁରୁବାର ଘୋଷଣା କରିଛନ୍ତି ଯେ, ଜେଇଇ ଆଡଭାନ୍ସ ପରୀକ୍ଷା ୨୦୨୧ ଜୁଲାଇ ୩ରେ ଆୟୋଜନ କରାଯିବ। ଏଥିସହ ଆଇଆଇଟିରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଥିବା ୭୫ ପ୍ରତିଶତ ମାର୍କ ସିଷ୍ଟମକୁ ହଟାଇ ଦିଆଯାଇଛି। ଚଳିତ ବର୍ଷ ଏହି ପରୀକ୍ଷାର ଆୟୋଜନ ଆଇଆଇଟି ଖଡଗପୁର ଦ୍ଵାରା କରାଯିବ।

ଜେଇଇ ଆଡଭାନ୍ସ ପରୀକ୍ଷା ଜରିଆରେ ଦେଶର ପ୍ରତିଷ୍ଠିତ ୨୩ ଆଇଆଇଟି ସଂସ୍ଥାନରେ ପ୍ରବେଶ ମିଳିଥାଏ। ଜେଇଇ ମେନ୍‌ରେ ଭଲ ରାଙ୍କ ରଖୁଥିବା ଛାତ୍ର-ଛାତ୍ରୀଙ୍କୁ ଜେଇ ଆଡଭାନ୍ସ ଦେବାକୁ ସୁଯୋଗ ମିଳେ। ଗତ ମାସରେ ଶିକ୍ଷା ମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୨୧ରେ ଜେଇଇ ମେନ ପରୀକ୍ଷା ଚାରୋଟି ପର୍ଯ୍ୟାୟରେ ଆୟୋଜିତ ହେବ। ଏହି ଚାରୋଟି ପର୍ଯ୍ୟାୟ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଅନୁଷ୍ଠିତ ହେବ। ଜେଇଇ ମେନ୍ ପରୀକ୍ଷାର ପ୍ରଥମ ସେସନ ଫେବୃଆରୀ ୨୬ରୁ ଫେବୃଆରୀ ୨୬ମଧ୍ୟରେ କରାଯିବ।

Comments are closed.