Odisha Link
Bridging the Missing Links in Odisha

ପୋଲିସ ଭ୍ୟାନ୍ ପୋଡ଼ି ଘଟଣା: ୧୦୦ ଜଣଙ୍କ ନାମରେ ମାମଲା, ୬ ଗିରଫ

ଭଦ୍ରକ: ତିହିଡ଼ିରେ ପୋଲିସ ଉପରେ ଆକ୍ରମଣ ଓ ଭ୍ୟାନ୍ ପୋଡ଼ି ମାମଲାରେ ୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଏହା ସହ ୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ତିହିଡ଼ି ଅଲ୍ଲୀନଗରରେ ରାସ୍ତାରୋକ ବେଳେ ପୋଲିସକୁ ଆକ୍ରମଣ ହୋଇଥିଲା।

ହାଟୁଆରୀ ଗାଁର ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନାରୁ ପୋଡ଼ାଜଳା ହୋଇଥିଲା। ତେବେ ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ଲୋକମାନେ ପୋଡିଦେଇଥିଲେ। ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଥିଲା ତୁମୁଳ କାଣ୍ଡ। ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ଉତ୍ତେଜନା।

ଅଲିନଗର ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ। ଅବରୋଧ ସ୍ଥାନକୁ ଆସିଥିବା ଭ୍ୟାନକୁ ପୋଡିବା ସହ ଲୋକମାନେ ପୋଲିସଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ।

ସୂଚନାଯୋଗ୍ୟ ଯେ, ପୁଲିସ ଚଢ଼ଉ ବେଳେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ବୁଧବାର ଭଦ୍ରକ ଜିଲ୍ଲାର ତିହିଡ଼ିରେ ଲଙ୍କାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଲୋକେ ଥାନା କନଷ୍ଟେବଳଙ୍କୁ ମାରଧର କରିବା ସହ ପୁଲିସ ଗାଡ଼ି ଜାଳି ଦେଇଥିଲେ। ଏହି ମଉକାରେ ପୁଲିସ ହେପାଜତରେ କୋର୍ଟକୁ ଯାଉଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଖସି ପଳାଇଥିଲା। ଏହି ଘଟଣାକୁ ନେଇ ଆଚାନ୍ଦବାଲି-ଭଦ୍ରକ ରାସ୍ତାରେ ବହୁ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

Comments are closed.