Odisha Link
Bridging the Missing Links in Odisha

ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ୨ ଗୁରୁତର

ବଲାଙ୍ଗିର: ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର ହାତୀଶାଳପଡ଼ାରେ ଏକ ଅଘଟଣ ଘଟିଛି। ଦୁଇ ଜଣ ଯୁବକକୁ ଖଣ୍ଡା, ଟାଙ୍ଗିଆ, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏଥିରେ ନୀଳ କୁମ୍ଭାର ଓ ବିଶାଳ ଶର୍ମା ଗୁରୁତର ଆହତ ହୋଇଛନ୍ତି।

୨ ଗୁରୁତର ଯୁବକଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟଙ୍କୁ ୧୪ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି। ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ତେବେ କେଉଁ କାରଣରୁ ୨ ଯୁବକଙ୍କୁ ସଂଘବଦ୍ଧ ଭାବେ ଏତେ ଯୁବକ ଆକ୍ରମଣ କଲେ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।

Comments are closed.