Odisha Link
Bridging the Missing Links in Odisha

ବନ୍ଦ ହେଲା ମେଡ୍-ଇନ୍‌-ଇଣ୍ଡିଆ ଆପ୍‌ “ହାଇକ୍”

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆପ୍‌ ହ୍ବାଟସ୍‌ଆପ୍‌ର ନୋଟିଫିକେସନ୍‌, ଡାଟା ପ୍ରାଇଭେସିକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ଲାଗି ରହିଛି। ଏସବୁ ମଧ୍ୟରେ ଏକଦା ସୋସିଆରେ ମିଡିଆରେ ଚହଳ ପକାଇଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ “ହାଇକ୍”କୁ ନେଇ ଆସିଛି ବଡ଼ ଖବର। ମେସେଜିଂ ଆପ୍‌ ହାଇକ୍‌ ଏବେ ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଭାରତର ସ୍ବେଦେଶୀ ଆପ୍‌ ବନ୍ଦ ହେବା ବେଳକୁ ମୋଟ୍‌ ୟୁଜରଙ୍କ ସଂଖ୍ୟା ୧୦୦ ମିଲିଅନ୍‌ ଥିଲା।

୨୦୧୨ରେ ମେଡ୍‌-ଇନ୍‌-ଇଣ୍ଡିଆ ଆପ୍‌ “ହାଇକ୍” ଲଞ୍ଚ ହୋଇଥିଲା। ଆପ୍‌ ଲଞ୍ଚ ହେବା ପରେ ବହୁ ୟୁଜର ଏହାକୁ ବ୍ୟବହାର କରିଥିଲେ। ପରେ ପରେ ଫେସବୁକ୍‌ ପରି ଏହି ଆପ୍‌ ଲୋକ ପ୍ରିୟତା ହାସଲ କରିଥିଲା। ହେଲେ ହ୍ବାଟସଆପର ଲୋକପ୍ରିୟତା ଆଗରେ ହାର ମାନିଥିଲା ହାଇକ୍‌ ଆପ୍।

ଅଗଷ୍ଟ ୨୦୧୬ରେ ଏହି ଆପ୍ ୧୦୦ ମିଲିଅନ୍ ୟୁଜର ଛୁଇଁଥିଲା। ଭାରତରେ ଇଂରାଜୀ ସମେତ ମୋଟ୍ ୧୦ଟି ଭାରତୀୟ ଭାଷାରେ ଉପଲବ୍ଧ ଥିଲା। ୨୦୧୬ରେ ହାଇକ୍ ଆପର ୧୭୫ ମିଲିୟନ୍ ଡଲାରର ପୁଞ୍ଜି ନିବେଶ ହୋଇଥିଲା, କିନ୍ତୁ ହ୍ୱାଟସଆପ ଆଗରେ ଏହା ତିଷ୍ଠି ପାରିନଥିଲା।

ଜାନୁଆରୀ ୬ରେ ଟ୍ୱିଟ୍ କରି ହାଇକର ସିଇଓ କଭିନ୍ ଭାରତୀ ମିତ୍ତଲ ଆପ୍ ବନ୍ଦ ନେଇ ସୂଚନା ଦେଇଥିଲେ। ଏବେ ଯେଉଁମାନଙ୍କର ହାଇକ୍ ଆପ୍ ରହିଛି ସେମାନେ ହ୍ୱାଟସଆପକୁ ତାଙ୍କ ଡାଟା ଶିଫ୍ଟ କରିପାରିବେ ବୋଲି କୋଭିନ୍ ସୂଚନା ଦେଇଛନ୍ତି।

Comments are closed.