Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୫୦ ସଂକ୍ରମିତ

ଭୁବନେଶ୍ବର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରାନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୫୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୩୦୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୬୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୪ଜଣ, ବାଲେଶ୍ୱରରୁ ୭ଜଣ, ବରଗଡ଼ରୁ ୭ଜଣ, ବଲାଙ୍ଗୀରରୁ ୫ଜଣ, ବୌଦ୍ଧରୁ ୨ଜଣ, କଟକରୁ ୧୫ଜଣ, ଦେଓଗଡ଼ରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୬ଜଣ, ଯାଜପୁରରୁ ୬ଜଣ, ଝାରସୁଗୁଡ଼ାରୁ ୮ଜଣ, କଳାହାଣ୍ଡିରୁ ୬ଜଣ, କନ୍ଧମାଳରୁ ୨ଜଣ, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ୪ଜଣ, ଖୋର୍ଦ୍ଧାରୁ ୪ଜଣ, ମୟୁରଭଞ୍ଜରୁ ଜଣେ, ନବରଙ୍ଗପୁରରୁ ୨ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୦ଜଣ, ସମ୍ବଲପୁରରୁ ୧୦ଜଣ, ସୋନପୁରରୁ ୨ଜଣ, ସୁନ୍ଦରଗଡ଼ରୁ ୨୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ଜଣେ ରହିଛନ୍ତି।

ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୪୩୦୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୦୯୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୭୫୪୮୪୨୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.