Odisha Link
Bridging the Missing Links in Odisha

ନଦୀରୁ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର

ଭଦ୍ରକ: ନଦୀରୁ ମୃତ ନବଜାତ ଶିଶୁପୁତ୍ର ଉଦ୍ଧାର। ନବଜାତ ଶିଶୁକୁ ଜନ୍ମ ଦେଇ କେହି ପାଣିରେ ଫିଙ୍ଗି ଦେଇଥିବା ଜଣାପଡିଛି। ଶାଢ଼ିରେ ଘୋଡାଇ ପେଟି ଭିତରେ ପୁରାଇ ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏଭଳି ଏକ ଦୁଃଖଦୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାଳନ୍ଦୀ ନଦୀର ଗବସାହିରେ।

ସୂଚନାଯୋଗ୍ୟ, ନଦୀଘାଟ ନିକଟରେ ନବଜାତ ଶିଶୁପୁତ୍ର ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ଶିଶୁ ପୁତ୍ରଟି ନବଜାତକ ବୋଲି ସୂଚନା ମିଳିଛି। ଏମିତି କି ଶିଶୁ ପୁତ୍ରର ନାଭି ମଧ୍ୟ କଟାଯାଇ ନାହିଁ। ତେବେ ଶିଶୁ ପୁତ୍ରକୁ ଶାଢ଼ିରେ ଘୋଡ଼ାଇବା ପରେ ଏକ ପେଟିରେ ଭର୍ତ୍ତି କରି ନଦୀକୁ ଫିଙ୍ଗା ଯାଇଛି ବୋଲି ସନ୍ଦେହ କରାଯାଉଛି। ପେଟି ଟି ଭାସିଯାଇଥିବା ବେଳେ ଶାଢ଼ିରୁ ବାହାରି ମୃତଦେହଟି ପାଣିରେ ଭାସୁଛି।

ନବଜାତ ଶିଶୁକୁ ଦେଖିବା ପାଇଁ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ମୃତଦେହକୁ ଉଦ୍ଧାର କରିଛି। ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.