ଥମୁନି ଜନନୀ ଯନ୍ତ୍ରଣା: ଗାଁକୁ ନାହିଁ ରାସ୍ତା, ୭ କି.ମି ଭାରରେ ବୁହାହେଲେ ଗର୍ଭବତୀ
![](https://www.odishalink.com/wp-content/uploads/2021/01/WhatsApp-Image-2021-01-29-at-13.17.50.jpeg)
ରାୟଗଡ଼ା: ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା। ପୁଣିଥରେ ରାଜ୍ୟରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀ ମହିଳା ଭାରରେ ବୁହା ହୋଇ ମେଡିକାଲରେ ପହଁଞ୍ଚିଛନ୍ତି।
ସୂଚନାଯୋଗ୍ୟ, କାଶୀପୁର ବ୍ଲକ୍ ସିରିପିଇ ପଞ୍ଚାୟତ ଅନ୍ତର୍ଗତ ବଣ୍ଡାଦୋରା ଗ୍ରାମର ଲକ୍ଷ୍ମୀ ମାଝୀଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ ଆମ୍ବୁଲାନ୍ସକୁ ସୂଚନା ଦେଇଥିଲେ। ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ନଥିବା ଯୋଗୁଁ ଗାଁରେ ପହଞ୍ଚି ନଥିଲା। ଫଳରେ ପରିବାରବର୍ଗ, ଆଶାକର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀ ଲକ୍ଷ୍ମୀଙ୍କୁ ଏକ ଖଟରେ ଭାର କରି ବୋହି ଆଣିଥିଲେ।
ଦୀର୍ଘ ୭ କିଲୋମିଟର ଜଙ୍ଗଲ ଭିତରେ ବୁହାହୋଇ ଗର୍ଭବତୀ ମେଡିକାଲ ଆସିଥିଲେ। ପରେ ମାଣ୍ଡିବିସି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଲକ୍ଷ୍ମୀ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।
Comments are closed.