Odisha Link
Bridging the Missing Links in Odisha

ଝରାଫୁଲ ହତ୍ୟା ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ମହିଳା କମିଶନ ଅଧ୍ୟକ୍ଷା

ଯାଜପୁର: ସାରା ରାଜ୍ୟରେ ଚହଳ ପକାଇଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ହତ୍ୟା ଘଟଣା। ଏସବୁ ମଧ୍ୟରେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା। ବର୍ତ୍ତମାନ ଯାଜପୁର ଏସପି ଓ ସ୍ଥାନୀୟ ପୁଲିସଙ୍କୁ ସାକ୍ଷାତ କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ ଗୁରୁବାର ଦିନ ମହିଳା କମିଶନ ଅଧ୍ୟକ୍ଷା କହିଥିଲେ ଯେ, ଏହା ଏକ ସମ୍ବେଦନଶୀଳ ଘଟଣା। ଦୋଷୀ ଯିଏବି ହେଇ ଥାଉ ତାକୁ ଦଣ୍ଡ ମିଳିବା ଉଚିତ୍‌। ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ଝରାଫୁଲଙ୍କ ହତ୍ୟା ପଛରେ ପ୍ରେମ ସଂପର୍କ ରହିଥିବା ସନ୍ଦେହ କରୁଛି ପୁଲିସ।

ଏହି ରହସ୍ୟମୟ ହତ୍ୟା ମାମଲାର ତଦନ୍ତ କରୁଥିବା କୁଆଖିଆ ପୁଲିସ ଗୁରୁବାର ରାତିରେ ଭୁବନେଶ୍ବରର ସୁନ୍ଦରପଦା ଅଞ୍ଚଳରୁ ରାକେଶ ସ୍ବାଇଁ ନାମକ ଜଣେ ଯୁବକଙ୍କୁ ଉଠାଇ ନେଇଛି । ରେକେଶଙ୍କ ନାଁରେ ଝରଫୁଲଙ୍କ ବାପା ଅଭିଯୋଗ ଆଣିବା ପରେ କମିଶନରେଟ୍ ପୁଲିସ ସହାୟତରେ କୁଆଖିଆ ପୋଲିସ ତାକୁ ଗିରଫ କରିଛି । ତେବେ ରାକେଶ ନିଜେ ଏୟାରଫିଲ୍ଡ ଥାନାକୁ ଆସି ଆତ୍ମସମର୍ପଣ କରିଥିବା ଏବଂ ହତ୍ୟାକାଣ୍ଡ ସଂପର୍କରେ ପୁଲିସ ଆଗରେ ସବୁ ଗୁମର ଫିଟାଇଥିବା ଜଣାପଡ଼ିଛି।

ତେବେ ଝରାଫୁଲଙ୍କ କେଉଁ ପରିସ୍ଥିତିରେ କେଉଁଠି ମୃତ୍ୟୁ ହେଲା ? ମୃତଦେହକୁ ସ୍କୁଟିରେ ବୋହି ନେଉଥିବା ଦୁଇ ଯୁବକ କିଏ ? ସେ ରହସ୍ୟ ଉପରୁ ଏଯାଏଁ ପରଦା ହଟିନି ।

Comments are closed.