Odisha Link
Bridging the Missing Links in Odisha

ଫେବୃଆରୀ ୨ରୁ ଖୋଲିବ ପଠାଣି ସାମନ୍ତ ପ୍ଲାନେଟାରିୟମ୍

ଭୁବନେଶ୍ବର: ଫେବୃଆରୀ ୨ରୁ ଖୋଲିବ ଭୁବନେଶ୍ବର ଓ ବୁର୍ଲା ପ୍ଲାନେଟାରିୟମ ସମେତ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ। ଆକାଶରେ ଗ୍ରହ, ନକ୍ଷେତ୍ର ଓ ଚନ୍ଦ୍ର ସହିତ ଅନ୍ୟାନ୍ୟ ଗ୍ରହାଣୁ ଦ୍ବୀପପୁଞ୍ଜ ସମ୍ପର୍କରେ ଦର୍ଶକ ଜାଣିବାର ସୁଯୋଗ ପାଇବେ ବୋଲି ସୂଚନା ଦିଆଯାଇଛି।

କରୋନା ନିୟମ ପାଳନ ପୂର୍ବକ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ବୁର୍ଲା ଡ.ଏପିଜେ ଅବଦୁଲ୍‌ କାଲାମ ପ୍ଲାନେଟାରିୟମ ଏବଂ ଖଣ୍ଡପଡ଼ା ପଠାଣି ସାମନ୍ତ ସଂଗ୍ରହାଳୟ ଫେବୃଆରୀ ୨ ଠାରୁ ସର୍ବ ସାଧାରଣଙ୍କ ପାଇଁ ଖୋଲା ରହିବ।

ସୋମବାର ବ୍ୟତୀତ ଅନୁ ସବୁଦିନ ଦର୍ଶକଙ୍କ ପାଇଁ ଏହା ଖୋଲିବ। ସୋମବାରରେ ପଠାଣି ସାମନ୍ତ ପ୍ଲାନେଟାରୟିମରେ ପ୍ରଦର୍ଶନ ବନ୍ଦ ରହିବ। ତେବେ ୫୦ଜଣ ଦର୍ଶକ ପ୍ଲାନେଟାରିୟମ୍‌ ଶୋ’ ଦେଖିପାରିବେ ବୋଲି ନିର୍ଦେଶକ ଲକ୍ଷ୍ମୀଧର ଦାସ ଆଜି ପ୍ରେସ୍ତ ଇସ୍ତାହାର ଯୋଗେ ସୂଚନା ଦେଇଛନ୍ତି।

Comments are closed.