Odisha Link
Bridging the Missing Links in Odisha

କାରଖାନାରେ ପଶିଲା ଦନ୍ତା ହାତୀ

ଢେଙ୍କାନାଳ: କାରଖାନା ପରିସରରେ ପଶିଲା ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ଝାଡ଼ବନ୍ଧ ଅଞ୍ଚଳରେ ଥିବା ରୁଙ୍ଗଟା ମାଇନ୍ସ ପରିସରରେ ଆଜି ଏକ ଦନ୍ତା ହାତୀ ପଶି ଯାଇଥିଲା।

ଆଜି ଦ୍ୱି ପହରରେ ହାତୀଟି କମ୍ପାନୀ ପରିସରରେ ପଶିଥିବା ବେଳେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଦନ୍ତା ହାତୀକୁ ଦେଖି ଭୟଭୀତ ହୋଇ ପଡ଼ିଥିବା ଶ୍ରମିକ ଓ କର୍ମଚାରୀ ଏଣେତେଣେ ଧାଇଁବାରେ ଲାଗିଥିଲେ। ହିନ୍ଦୋଳ ବନ ବିଭାଗ ଅଧିକାରୀ କମ୍ପାନୀ ପରିସରରୁ ହାତୀକୁ ଘଉଡ଼ାଇବାରେ ସକ୍ଷମ ହୋଇଛନ୍ତି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।

Comments are closed.