Odisha Link
Bridging the Missing Links in Odisha

ଝରାଫୁଲ ମୃତ୍ୟୁ ଘଟଣା: ଅଭିଯୁକ୍ତକୁ କୋର୍ଟଚାଲାଣ ପୋଲିସ

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ କୁଆଖିଆ ଥାନା ପୁଲିସ ଆଜିମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ରାକେଶ ପୁଲିସ ଦ୍ବାରା ଚାଲାଣ ହେବା ପରେ ତାକୁ ଯାଜପୁର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇଛି।

ରାକେଶ ବିରୋଧରେ ୩୦୨, ୨୦୧, ଏସ୍‌ସି/ଏସ୍‌ଟି ଆକ୍ଟ ଲାଗୁ କରିଛି ପୁଲିସ। ଏଥି ସହିତ କୁଆଖିଆ ପୁଲିସ ରାକେଶ ସ୍ବାଇଁକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବାକୁ କୋର୍ଟରେ ଆବେଦନ କରିଛି। ଯାଜପୁର ଟାଉନ ଥାନାରୁ ଅଭିଯୁକ୍ତକୁ ଯାଜପୁର ମେଡିକାଲ ନିଆଯାଇ କରୋନା ପରୀକ୍ଷା କରାଯାଇଛି।

ପ୍ରକାଶ ଯେ, ଭୁବନେଶ୍ବର କମିସନରେଟ ପୁଲିସର ଏୟାରଫିଲ୍ଡ ଥାନା ପୁଲିସ ଗତକାଲି ଝରାଫୁଲ ମୃତ୍ୟୁ ଘଟଣାରେ ରାକେଶକୁ ଗିରଫ କରିଥିଲା। ଅଭିଯୁକ୍ତ ରାକେଶକୁ କମିସନରେଟ ପୁଲିସ ଗତକାଲି ଯାଜପୁର ପୁଲିସକୁ ହସ୍ତାନ୍ତର କରିଥିଲା। କେମିତି ହେଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ? ସେ ନେଇ ଅଭିଯୁକ୍ତ ରାକେଶ ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ବୟାନ ଦେଇଛି ।

ବୟାନରୁ ଝରାଫୁଲଙ୍କର ମୃତ୍ୟୁ କିଭଳି ହୋଇଛି ତାହା ସ୍ବଷ୍ଟ ହୋଇପାରୁ ନାହିଁ। ଘଟଣା ଦିନ ବାଣୀ ବିହାର ଛକରୁ ଝରାଫୁଲ ବସରୁ ଓହ୍ଲାଇ ପଡ଼ିଥିଲେ ଓ ସେଦିନ ରାତିରେ ସେ ରାକେଶଙ୍କ ସହ ଏକ ହୋଟେଲରେ ରହିଥିଲେ। ତେବେ ହୋଟେଲରେ ଝରାଫୁଲଙ୍କର ପ୍ରବଳ ବ‌ାନ୍ତି ହୋଇଥିଲା ଏବଂ ସେ ଜଲଦି ଘରକୁ ପଳାଇବା ବୋଲି ରାକେଶଙ୍କୁ କହିଥିଲେ। ଏହାପରେ ସକାଳେ ଉଠିବା ପରେ ରାକେଶ ଝରାଫୁଲଙ୍କ ପାଟିରୁ ଫେଣ ବାହାରିଥିବା ଦେଖିବାକୁ ପାଇଥିଲେ। ତେଣୁ ପ୍ରଶ୍ନ ଉଠୁଛି, ଝରାଫୁଲଙ୍କର ମୃତ୍ୟୁ ପେଟ ଖରାପ ଥିବା ଯୋଗୁଁ ହୋଇନାହିଁ ତ? ଯଦି ଏପରି ନ ହୋଇଥାଏ ତେବେ ଝରାଫୁଲଙ୍କୁ ହୋ‌ଟେଲ ରୁମରେ ହତ୍ୟା କରାଯାଇଛି।

Comments are closed.