Odisha Link
Bridging the Missing Links in Odisha

ସୁନାବେଶ ବିଳମ୍ବ ସମୀକ୍ଷା ବୈଠକ

ପୁରୀ: ପୌଷ୍ୟ ପୁର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠତ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଏହି ବୈଠକ। ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧକ୍ଷତାରେ ବୈଠକ ଆରମ୍ଭ ହୋଇଛି। ସମୀକ୍ଷା ବୈଠକ ଆଜି ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନ ବୈଠକରେ ପୁଷ୍ପାଳକ ସେଵାୟତ ମାନେ ଉପସ୍ଥିତ ରହିଛନ୍ତି।

ଗତ ୨୮ ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ କେଉଁ କାରଣରୁ ନୀତି ବିଭ୍ରାଟ ହୋଇଥିଲା ସେନେଇ ଏହି ସମୀକ୍ଷା ଜାରି ରହିଛି। ସିଂହାରୀ ଓ ମେକାପ୍ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ସୁନାବେଶ ହୋଇପାରିନଥିବା ଜଣାପଡିଥିଲା। ଫଳରେ ନୀତିକାନ୍ତି ୩ ଘଣ୍ଟା ବିଳମ୍ବ ହୋଇଥିଲା। ପୌଷ ପୂର୍ଣ୍ଣମା ପୂର୍ବଦିନରୁ ଅଧିବାସ ଗୃହରେ ରହିଥିବା ଘିଅ ମିଶ୍ରିତ ସହ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଥାଏ।

ନୀତିକାନ୍ତି ପରେ ପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା’ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରନ୍ତି। କିନ୍ତୁ ପୌଷ ପୂର୍ଣ୍ଣମାରେ ବିଭ୍ରାଟ ହୋଇଥିଲା ନୀତିକାନ୍ତି। ଫଳରେ ବିଳମ୍ବ ହୋଇଥିଲା ସୁନାବେଶ ନୀତି। ଯେଉଁଥିପାଇଁ ଆଜି ଆରମ୍ଭ ହୋଇଛି ସମୀକ୍ଷା ବୈଠକ।

Comments are closed.