ଆସନ୍ତା ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଭୁବନେଶ୍ବର: ଆସନ୍ତା ୬ ତାରିଖରୁ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା। ୬ରୁ ଟିକା ଦିଆଯିବା ନେଇ ସ୍ବସ୍ଥ୍ୟ ବିଭାଗ ଏସିଏସ୍ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ସିଡ଼ିଏମଓମାନଙ୍କୁ ଏସିଏସ୍ ଚିଠି ଲେଖିଛନ୍ତି। ମେଡ଼ିକାଲ ଛଡ଼ା ବିକଳ୍ପ ଟିକାଦାନ କେନ୍ଦ୍ର ଚୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟକ୍ଷେତ୍ର ପରିସରରେ ଟିକାଦାନ କେନ୍ଦ୍ରକୁ ଅଗ୍ରାଧିକାର ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ କର୍ମୀଙ୍କ ଛଡ଼ା ଅନ୍ୟ ବିକଳ୍ପ ଟିକାକର୍ମୀଙ୍କୁ ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି। ଟିକା ଯେମିତି ଅପଚୟ ନହେବ। ଆଗୁଆ ଟ୍ରେନିଂ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଠିକା ଟିକା କର୍ମୀଙ୍କୁ ଦୈନିକ ୫ ଶହ ଭତ୍ତା ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି।
Comments are closed.