ପ୍ରକାଶ ପାଇଲା ସିବିଏସଇ ବୋର୍ଡ଼ ପରୀକ୍ଷା ସୂଚୀ

ଭୁବନେଶ୍ବର: ଆଜି ସିବିଏସଇ ବୋର୍ଡ଼ ପରୀକ୍ଷା ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର। ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସୂଚୀ ପ୍ରକାଶ କରାଯାଇଛି। ଏନେଇ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ମେ ୪ ରୁ ଆରମ୍ଭ ହେଉଛି ଉଭୟ ଦଶମ ଓ ଦ୍ବାଦଶ ବୋର୍ଡ଼ ପରୀକ୍ଷା।
ଏହା ସହିତ ମେ ୪ରେ ଓଡ଼ିଆ ବିଷୟରୁ ଆରମ୍ଭ ହେବ ଦଶମ ବୋର୍ଡ଼ ପରୀକ୍ଷା। ମେ ୪ ରେ ଇଂରାଜିରୁ ଦ୍ବାଦଶ ବୋର୍ଡ଼ ପରୀକ୍ଷା ଆରମ୍ଭ ହେବ। ଦଶମରେ ଗୋଟିଏ ସିଫ୍ଟ ଓ ଦ୍ବାଦଶ ୨ ଟି ସିଫ୍ଟରେ ହେବ ପରୀକ୍ଷା। ଦଶମ ପରୀକ୍ଷା ଦିନ ୧୦ଟା ୩୦ ରୁ ପର୍ଯ୍ୟନ୍ତ ଚାଲିବ।
Comments are closed.