Odisha Link
Bridging the Missing Links in Odisha

ଶିକାର ପାଇଁ ଯାଇ ଶିକାର ହେଲେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗରେ ଅଘଟଣ ଘଟିଛି । ଶିକାରୀ ଗୁଳିରେ ଶିକାରୀ ମୃତ । ମୃତକ ସଭିଗୁଡ଼ା ଗାଁର ସୁରେନ୍ଦ୍ର ରାଉତ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଜୟପାଟଣା ବ୍ଲକ କୁଲିଆମୁଣ୍ଡା ଜଙ୍ଗଲରୁ ଶିକାର ଯାଇ ଶିକାରୀ। ସାଥୀ ହୋଇ ୫ଜଣ ଜଙ୍ଗଲକୁ ଶିକାର ପାଇଁ ଯାଇଥିଲା। ହେଲେ ବନ୍ୟ ଜନ୍ତୁକୁ ଶିକାର କରିବା ବଦଳରେ ନିଜ ସାଥୀକୁ ଶିକାର କରିଦେଇଛନ୍ତି ସାଥୀ। ଦେଶୀ ବନ୍ଧୁକରୁ ଶିକାର ପାଇଁ ଗୁଳି ଚଳାଇଥିବା ବେଳେ ତାହା ତାଙ୍କ ସାଥୀଙ୍କ ଦେହରେ ବାଜିଥିଲା।

ଯାହାଫଳରେ କି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ମୃତକ ସଭିଗୁଡ଼ା ଗାଁର ସୁରେନ୍ଦ୍ର ରାଉତ ବୋଲି ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଜୟପାଟଣା ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଘଟଣାର ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ।

Comments are closed.