ଇଞ୍ଚେ ବି ଜାଗା ଦେବା ପ୍ରଶ୍ନ ଉଠୁନି: ସୁଦାମ
![](https://www.odishalink.com/wp-content/uploads/2020/01/sudam-marandi-1.jpg)
ଭୁବନେଶ୍ବର: କୋରାପୁଟ ଏବଂ ଗଜପତିର କିଛି ଅଞ୍ଚଳରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ଏବେ ନୂଆ ମୋଡ଼ ନେଇଛି। ଆଜି ଆନ୍ଧ୍ର ସିମା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏନେଇ ମନ୍ତ୍ରୀ କହିଛନ୍ତି ଯେ, କାହାକୁ ବି ଇଞ୍ଚେ ଜାଗା ଦିଆଯିବ ନାହିିଁ। ଉକ୍ତ ଘଟଣା ନେଇ ଓଡ଼ିଶା ସରକାର ସଚେତନ ଅଛନ୍ତି। ୩ଦିନ ତଳେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଆମ ତରଫରୁ ଯାହା କରାଯିବା କଥା ଯଥା ସମ୍ଭବ କରାଯିବ। ଆମେ ଦୃଢ଼ ସଂକଳ୍ପବଦ୍ଧ। ଇଞ୍ଚେ ବି ଜାଗା କାହାକୁ ଦେବା ପ୍ରଶ୍ନ ଉଠୁନାହିଁ। ଏହାକୁ ନେଇ ରାଜ୍ୟ ସରକାର ସୁପ୍ରମକୋର୍ଟ ଯିବେ କି ପ୍ରଶ୍ନରେ ଉତ୍ତର ଦେବେ। ଯାହା ଯାହା ପଦକ୍ଷେପ ନେବାକଥା ନିଆଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ପ୍ରକାଶ ଯେ, କୋରାପୁଟ ଜିଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜକୁ ନେଇ ଅନେକ ସମୟରେ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଦାଦାଗିରି ଦେଖାଇଆସିଛି। କୋଟିଆ ଗ୍ରାମପୁଞ୍ଜର କେତେକ ଗ୍ରାମର ବିକାଶମୂଳକ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। କୋଟିଆର ୩ଟି ଗାଁରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ଏବେ ସବୁ ସୀମା ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁ ସିନେରୀ ଭଳି ୩ଟି ଗାଁକୁ ପଡୋଶୀ ଆନ୍ଧ୍ରପ୍ରଦେଶ ସରକାର ନିଜ ଦଖଲକୁ ନେଇଥିବା ଜଣାପଡ଼ିଛି। ଏହି ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପ୍ରଶାସନ କେବଳ ଅକ୍ତିଆରକୁ ନେଇନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ବି ଏଇ ୩ଟି ଗାଁରେ ଆରମ୍ଭ କରିଦେଇଛି ।
Comments are closed.