Odisha Link
Bridging the Missing Links in Odisha

ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ

ଭୁବନେଶ୍ବର: ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ମମାଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଛି। ତେବେ କୌଣସି କାରଣରୁ ଏବେ ଏହି ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିବା ଜଣାପଡ଼ିଛି।

ତେବେ ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶାକୁ ଆଖିଦୃଶିଆ ସଫଳତା ମିଳିପାରୁନଥିବାରୁ ମହାନଦୀ ପାଇଁ ପୁଣି ଆନ୍ଦୋଳନ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଥିଲା ମହାନଦୀ ଟ୍ରିବ୍ୟୁନାଲ୍‌ର ୧୯ତମ ଶୁଣାଣି। ଏହି ୧୯ତମ ଶୁଣାଣିରେ ବି କମନ୍‌ ଇନ୍‌ଫର୍ମେସନ୍‌ ଫର୍ମାଟ୍‌ ଚୂଡ଼ାନ୍ତ ହୋଇପାରିନାହିଁ। ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶାକୁ ଆଖିଦୃଶିଆ ସଫଳତା ମିଳି ପାରୁନାହିଁ।

ଆସନ୍ତା ମାର୍ଚ୍ଚ ୧୨ରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନକୁ ୩ ବର୍ଷ ପୂରଣ ହେବ। ୩ ବର୍ଷରେ ମହାନଦୀ ଜଳ ବିବାଦ ସମାଧାନର ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ। ଟ୍ରିବ୍ୟୁନାଲ୍‌ରୁ ଓଡ଼ିଶା ମଧ୍ୟ କୌଣସି ଅନ୍ତରୀଣ ଆଦେଶ ପାଇପାରିଲା ନାହିଁ। ପ୍ରତିପକ୍ଷ ଛତିଶଗଡ଼ ଯେଉଁ ସବୁ ନିର୍ମାଣ କାମ କରୁଛି ତାହା ମଧ୍ୟ ରୋକା ଯାଇ ପାରିଲା ନାହିଁ। ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ମଧ୍ୟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇ ନ ପାରେ।

ତେଣୁ ପୁଣି ଆନ୍ଦୋଳନ ଲାଗି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଚେତାବନୀ ଦିଆଯାଇଛି। ମହାନଦୀ ଟ୍ରିବ୍ୟୁନାଲ୍‌ର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩କୁ ଧାର୍ଯ୍ୟ କରାଯାଇଥିବା ମହାନଦୀ ଆନ୍ଦୋଳନ ବଞ୍ଚାଅ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଅନୁସାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‍ ଗଠନ କରାଯାଇଛି।

Comments are closed.