Odisha Link
Bridging the Missing Links in Odisha

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ: ଡିଏମଇଟି

ଭୁବନେଶ୍ୱର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏବେ ଲକଡାଉନର ସମ୍ଭାବନା ନାହିଁ। ମାତ୍ର ଲକଡାଉନର ସମ୍ଭାବନାକୁ ଏଡ଼ାଇ ହେବନାହିଁ। କୋଭିଡର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ଠିକ ସେହିପରି ସିବେକେ କହିଛନ୍ତି ଯେ, ଲୋକେ ନିଜେ ସଚେତନ ରହିଲେ ଲକଡାଉନକୁ ଏଡ଼ାଇ ହେବ। ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ନିଜେ ଜଣାନ୍ତୁ, ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ପ୍ରକାଶ ଯେ, ମହାରାଷ୍ଟ୍ରରେ ହୁ ହୁ ହୋଇ ବଢୁଛି କୋଭିଡ୍‌ ସଂକ୍ରମଣ। ସତର୍କ ନହେଲେ ଓଡ଼ିଶାରେ ବି ବଢ଼ିପାରେ। ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କୋଭିଡ୍‌ କଟକଣା କଡ଼ାକଡ଼ି ପାଳନ କର।

ଶୁକ୍ରବାର ରାଜ୍ୟର ସମସ୍ତ ଜିଲ୍ଲାପାଳ, ସମସ୍ତ ପୌର କମିଶନର, କଟକ-ଭୁବନେଶ୍ୱର ପୁଲିସ୍‌ କମିଶନର, ସମସ୍ତ ପୁଲିସ୍‌ ଡିସିପି ଓ ପୁଲିସ ଅଧୀକ୍ଷକ (ଏସ୍‌ପି), ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ସତର୍କ କରାଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଦେଶର କେତେକ ରାଜ୍ୟ ବିଶେଷକରି ମହାରାଷ୍ଟ୍ରରେ ଅନ୍‌ଲକ୍‌ ପରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇଛି। ଫଳରେ ଅମରାବତୀରେ ପୁଣି ଲକ୍‌ଡାଉନ୍‌ ଲାଗୁ ହୋଇଛି। ଆମ ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇପାରେ।

ତେଣୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ସତର୍କ ପଦକ୍ଷେପ ନନେଲେ ଓଡ଼ିଶାରେ ସଂକ୍ରମଣ ବଢ଼ିପାରେ ବୋଲି ଚେତାବନୀ ଦେଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର। ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋଭିଡ୍‌ ନିୟମ ପୂର୍ବ ଭଳି କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।

Comments are closed.