Odisha Link
Bridging the Missing Links in Odisha

ବିଧାନସଭା: ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା

ଭୁବନେଶ୍ୱର: ଆଜି ବଜେଟ ଅଧିବେଶନର ତୃତୀୟ ଦିନ। ହେଲେ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।

ଚାଷୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକଙ୍କ ହଟ୍ଟଗୋଳ ସହ ପ୍ଲାକାର୍ଡ଼ ଦେଖାଇ ଉଭୟ ଦଳ ବିଧାୟକଙ୍କ ନାରାବାଜି ପରିସ୍ଥିତି ଦେଖାଦେଇଛି ବୋଲି ସୂଚନା ମିଳିଛି। ପୂର୍ବରୁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ କାରଣରୁ ବାଚସ୍ପତି ଦିନ ୧୧ଟା୩୦ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ସରକାର ପଳାୟନପନ୍ଥୀ ସାଜିଛନ୍ତ ଓ ଆଲୋଚନାକୁ ଭୟ କରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର।

Comments are closed.