Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

ପୁରୀ: ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ପ୍ରସଙ୍ଗରେ ମତବ୍ୟକ୍ତ କରିଛନ୍ତି। ସମସ୍ତ ବିଧାୟକଙ୍କ ନିକଟରେ କୃତଜ୍ଞ ବୋଲି ଗଜପତି କହିଛନ୍ତି।

ଯୋଜନା ସର୍ବସମ୍ମତିକ କ୍ରମେ ପାରିତ କରିଥିବାରୁ ସମସ୍ତଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ମହାରାଜା। ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଫଳ ନେତୃତ୍ବ ଫଳରେ ଏହି ଐତିହାସିକ ପ୍ରକଳ୍ପ ଗୃହୀତ ହୋଇପାରିଛି।

ଶ୍ରୀଜଗନ୍ନାଥ ଧାମକୁ ବିଶ୍ବସ୍ତରୀୟ କରାଯାଇଛି। ପ୍ରକଳ୍ପର ସଫଳତା ପାଇଁ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ଗଜପତି କହିଛନ୍ତି।

Comments are closed.