Odisha Link
Bridging the Missing Links in Odisha

ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର:  ନକଲି ବିଦେଶୀ ମଦ କାରଖାନ ଠାବ। ଏମିତି ଏକ ଘଟଣା ଦେଖିବାକୁ ମିଳଛି ଗଞ୍ଜାମ ଜିଲ୍ଲରେ। ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଶତାଧିକ ପେଟି ମଦ ବୋତଲ ଠାବ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ।

ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତି ନଗର ୨ୟ ଲାଇନରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି। ଉକ୍ତ ଫ୍ୟାକ୍ଟ୍ରିରେ ଅବକାରୀ ବିଭାଗ ଚଢ଼ଉ କରି ୫ଜଣଙ୍କୁ ଧରିଥିବା ବେଳେ ଖାଲି ବୋତଲ, ଠିପି, ନକଲି ସରକାରୀ ସିଲ୍, ବିଭିନ୍ନ ବିଦେଶୀ ବ୍ରାଣ୍ଡର ଲେବୁଲ ଜବତ କରିଥିଲା। କୋଲକାତାରୁ ହୋମିଓପ୍ୟାଥିକ୍‌ ମେଡିସିନ୍‌ ଆଣି ସେଥିରେ ଆବଶ୍ୟକତା ମୁତାବକ ପାଣି ଓ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା।

ବିଭିନ୍ନ ବ୍ରାଣ୍ଡ ଅନୁସାରେ ସେଥିରେ ରଙ୍ଗ ମିଶାଇ ଯାଇ ନକଲି ମଦ ତିଆରି କରାଯାଉଥିଲା। ତା’ପରେ ସେହି ନକଲି ମଦକୁ ବୋତଲରେ ଭର୍ତ୍ତି କରାଯାଇ ମେସିନ୍‌ରେ ଠିପି ସିଲ୍ ବଜାରକୁ ଛଡ଼ା ଯାଉଥିଲା। ତୃପ୍ତି ନଗରରେ ନକଲି ମଦ ଫ୍ୟାକ୍ଟ୍ରି ଚାଲିଥିବା ନେଇ ଅଭିଯୋଗ ହେଉଥିଲା।

ଅଭିଯୋଗକୁ ଆଧାର କରି ଗୁଇନ୍ଦା ବିଭାଗ ମଦ ଫ୍ୟାକ୍ଟ୍ରି ଚାଲିଥିବା କୋଠା ଉପରେ ନଜର ରଖିଥିଲା। ଆଜି ଦୁଇଟି ଅଟୋରେ ମଦ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିପାରି ଅଟୋ ଦୁଇଟିକୁ ଜବତ କରିଥିଲା। ଅଟୋ ଚାଳକକୁ ପଚରାଉଚରା କରିବା ପରେ ନକଲି ମଦ ଫ୍ୟାକ୍ଟ୍ରି ସମ୍ପର୍କରେ ଜଣାପଡ଼ିଥିଲା।

Comments are closed.