Odisha Link
Bridging the Missing Links in Odisha

୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ବାଣିଜ୍ୟ ପରିବହନ ସଚିବ ମଧୁସୂଦନ ପାଢୀଙ୍କୁ କନ୍ଧମାଳ ଏବଂ ଗଣଶିକ୍ଷା ଓ ଏମ୍ଏସ୍ଏମ୍ଇ ସଚିବ ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ବ ଦିଆଯାଇଛି।

ଠିକ୍‌ ସେହିପରି ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ରାୟଗଡ଼ା, ଖଣି ଓ ଇସ୍ପାତ ସଚିବ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ କୋରାପୁଟ ଏବଂ ଅନୁସୂଚିତ ଜାତି ଜନଜାତି ସଚିବ ରଞ୍ଜନା ଚୋପ୍ରାଙ୍କୁ ଢେଙ୍କାନାଳ ଦାୟିତ୍ବ ଦିଆାଯାଇଛି।

ରାଜସ୍ବ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ନୂଆପଡ଼ା, ସାମାଜ କଲ୍ୟାଣ ବିଭାଗ ସଚିବ ଭାସ୍କରଜ୍ୟାତି ଶର୍ମାଙ୍କୁ ଗଜପତି, ଇପିକଲ ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାଓ୍ବଲେଙ୍କୁ ମାଲକାନାଗିରି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲଙ୍କୁ ନବରଙ୍ଗପୁର ଜିଲ୍ଲା ଦାୟିତ୍ବ ଦିଆଯାଇଛି।

ଏହି ଅଧିକାରୀମାନେ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ନିୟମିତ ଅନୁଧ୍ୟାଳନ କରିବେ। ଏପ୍ରିଲ ପହିଲାରୁ ଏମାନେ ଦାୟିତ୍ବ ନେବା ସହ ୩ ମାସ ପାଇଁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିବେ।

ରାଜ୍ୟର ଏହି ୧୦ଟି ଜିଲ୍ଲା ପାଇଁ ନୀତି ଆୟୋଗ ମଧ୍ୟ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି। ଉଭୟ ଅଧିକାରୀ ଜିଲ୍ଲାରେ ସରକାରୀ ଯୋଜନାର କାର୍ଯ୍ୟକାରିତା ଅନୁଧ୍ୟାନ କରିବେ।

Comments are closed.