Odisha Link
Bridging the Missing Links in Odisha

କିଟ୍ ଖରାପ ଯୋଗୁଁ ଭିସୁଟରେ କରୋନା ପଜିଟିଭ ଆସିଥିଲା: ଅତିରିକ୍ତ ଶାସନ ସଚିବ

ସମ୍ବଲପୁର: ବୁର୍ଲା ଭିସୁଟରରେ କୌଣସି ଛାତ୍ରଛାତ୍ରୀଙ୍କୁ କରୋନା ହୋଇନାହିଁ। କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ ଛାତ୍ରଛାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି। ପୂର୍ବରୁ ବୁର୍ଲା ଭିସୁଟର ୨୫ ଜଣ ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା।

ଯାହାକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ୍ କରାଯିବା ସହ ଆଖପାଖ ଅଞ୍ଚଳକୁ ବନ୍ଦ ରଖାଯାଇଥିଲା। ଏହି ଘଟଣା ପରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିଥିଲେ ଭିସୁଟ୍ କର୍ତ୍ତୃପକ୍ଷ। କିନ୍ତୁ ଆରଟି-ପିସିଆର ଟେଷ୍ଟ ପରେ କୌଣସି ଛାତ୍ରଛାତ୍ରୀ କରୋନା ପଜିଟିଭ୍ ନଥିବା ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

Comments are closed.