Odisha Link
Bridging the Missing Links in Odisha

୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ, ୩ ଜଣଙ୍କୁ ଅଟକ ରଖିଛି ପୁଲିସ

କୋରାପୁଟ: ଜବତ ହେଲା ପୁଳା ପୁଳା ଜାଲ ନୋଟ୍। କୋଟିଏ କି ଦି କୋଟି ନୁହେଁ ପାଖାପାଖୀ ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ ହୋଇଛି କୋରାପୁଟର।ପଟାଙ୍ଗି ପୁଲିସ ଦ୍ବାରା ସୁଙ୍ଖି ଆଉଟ୍ ପୋଷ୍ଟ ନିକଟରୁ ଏହି ଟଙ୍କା ଜବତ ହୋଇଛି।

ସୂଚନାଯୋଗ୍ୟ ଯେ, କାର୍‌ରେ ଛତିଶଗଡ ଯାଉଥିବା ବେଳେ ଜାଲ୍‌ ନୋଟ୍ ଜବତ କରିଛି ପୁଲିସ୍ । ଅଭିଯୋଗରେ ଛତିଶଗଡ ଅଞ୍ଚଳର ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍। ଏ ନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Comments are closed.