Odisha Link
Bridging the Missing Links in Odisha

ଇନଷ୍ଟାଗ୍ରାମରେ ଓଡ଼ିଆ ମଡେଲ ସୁନୀତାଙ୍କ ନଗ୍ନ ଫଟୋ ଭାଇରାଲ

ଭୁବନେଶ୍ବର: ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଓଡ଼ିଆ ମଡେଲ ସୁନୀତା ଗରାବଡ଼ୁ ଏବେ ଚର୍ଚ୍ଚାରେ। ନିଜର ହଟ୍‌ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୁନୀତା ଏବେ ଇନଷ୍ଟାଗ୍ରାମରେ ନଗ୍ନ ଫଟୋ ସେୟାର କରି ପୁଣିଥରେ ଚର୍ଚ୍ଚାରେ। ଇନଷ୍ଟାରେ ତାଙ୍କର ଏଭଳି ହଟ୍‌ ଅନ୍ଦାଜର ଫଟୋ ନିଆଁ ଲଗାଇବା ସହ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ସୁନୀତା ଏକାଧାରରେ ଜଣେ ଆଙ୍କର, ମଡେଲ ଓ ଅଭିନେତ୍ରୀ।

ରବିବାର ଦିନ ସୁନିତା ସୋସିଆଲ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ଏକ ନଗ୍ନ ଫଟୋ ସେୟାର କରିଥିଲେ। ଯେଉଁଥରେ ସେ କ୍ୟାପସନ୍‌ ଲେଖିଥିଲେ ଯେ, “Sun soaking while fantasizing about Spain.” ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି କିଛି ସୋସିଆଲ ମିଡିଆ ୟୁଜର୍ସ ମାନେ ତାଙ୍କୁ ଟ୍ରୋଲ କରିଛନ୍ତି ତ ଆଉ କିଛି ୟୁଜର୍ସ ତାଙ୍କର ହଟ୍‌ ଅନ୍ଦାଜକ ପସନ୍ଦବି କରିଛନ୍ତି।

ସୂଚନାଥାଉକି, ସୁନୀତା ଜଣେ ଆଗଧାଡ଼ିର ଓଡ଼ିଆ ମଡେଲ। ପ୍ରଥମ ଓଡ଼ିଆ ମହିଳା ଭାବେ ୨୦୧୬ ଟି-୨୦ ବିଶ୍ବକପ୍‌ କ୍ରିକେଟରେ ଆଙ୍କରିଙ୍ଗ୍‌ କରିଥିଲେ। ସେ ବଡ଼ ବଡ଼ ପ୍ରୋଗାମରେ ମଧ୍ୟ ଆଙ୍କରିଂ କରି ସମସ୍ତଙ୍କ ମନ ଜିଣିଥିଲେ।

Comments are closed.