Odisha Link
Bridging the Missing Links in Odisha

ହଠାତ୍‌ ଓଲଟି ପଡ଼ିଲା ବସ୍‌, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ

କେନ୍ଦ୍ରାପଡ଼ା: ଆଜି ସକାଳୁ ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କୁମ୍ଭାରୁଣୀଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ବସ୍‌ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ଯାତ୍ରୀ ଗୁରୁତର ଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଆଜି ସକାଳେ ମହାକାଳପଡ଼ଶ ସୁନିତି ବେଣାକନ୍ଦାରୁ ପିନ୍ସ ନାମକ ଏକ ଘରୋଇ ବସ୍‌ କଟକ ଅଭିମୁଖେ ଯାତ୍ରା କରୁଥିଲା। ବସରେ ୪୦ରୁ ଉର୍ଦ୍ଧ୍ବଯାତ୍ରୀ ଯାତ୍ରା କରୁଥିଲେ। ସକାଳ ୬ଟା ପାଖାପାଖି ଏକ ବୁଲାଣିରେ ବସଟି ଭାରସାମ୍ୟ ହରାଇ ବିଲ ମଧ୍ୟକୁ ଓଲଟି ଯାଇଥିଲା। ଯାହାଫଳରେ ୧୦ରୁ ଉର୍ଦ୍ଧ୍ବଯାତ୍ରୀ ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ମେଡିକାଲ ନେଇଥିଲା। ଦୁର୍ଘଟଣା ଘଟିଥିବା ବସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ, ଡ୍ରାଇଭରଙ୍କ ବଳଦରେ କଣ୍ଡକ୍ଟର ବସ୍‌ ଚଳାଉଥିବାରୁ ଏପରି ଦୁର୍ଘଟଣା ଘଟିଛି। ଏହାପରେ ଦୁର୍ଘଟଣା କ’ଣ ପାଇଁ ଆଉ କେମିତି ହେଲା ତାହା ଜାଣିବା ପାଇଁ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

Comments are closed.