Odisha Link
Bridging the Missing Links in Odisha

ଟୁକୁନା ଛୁରୀରେ ଟୁକୁନା ମଲା: ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ହତ୍ୟାକାଣ୍ଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇ ହତ୍ୟାକାରୀ ଭାଇଙ୍କୁ ଗିରଫ କରାଯାଇଛି। ଏଥି ସହିତ ପିସିଆର ଗାଡିରୁ ଅଭିଯୁକ୍ତଙ୍କୁ ଛଡେଇ ଆଣି ମାଡ଼ ମାରିବା ସହ, ପିସିଆରକୁ ଭାଙ୍ଗିଥିବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ। ଆଇନକୁ ହାତକୁ ନେଇଥିବା ପ୍ରଥମ ବ୍ୟକ୍ତି ପ୍ରଶାନ୍ତ ଦାସ। ମହିଳା ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲା ପ୍ରଶାନ୍ତ।

ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସେହିପରି ପ୍ରେସମିଟ୍‌ରେ ଡିସିପି ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରଶାନ୍ତ ଦାସ ପ୍ରଥମେ ପିସିଆରକୁ ଅଟକାଇ ଥିଲା। ପରେ ଅନ୍ୟମାନେ ସହଯୋଗ କରିଥିଲେ। ଆହୁରି ୧୨ରୁ ୧୫ ଜଣଙ୍କୁ ଟିହ୍ନଟ କରାଯାଇଛି। ଏବଂ ଡ୍ରାଇଭରକୁ ଧରିବା ପାଇଁ ଚଢ଼ାଉ ଚାଲିଛି ବୋଲି। ଏବେ ସୁଦ୍ଧା ଯାହା ଜଣାପଡ଼ିଛି ଟୁକୁନା ଛୁରୀରେ ଟୁକୁନାକୁ ହତ୍ୟା କରାଯାଇଛି।

ଗତକାଲି ଘଟଣାସ୍ଥଳରୁ ୨ ଅଭିଯୁକ୍ତ ଭାଇ ସାଗର ପୃଷ୍ଟି ଏବଂ ସୁଧୀର ପୃଷ୍ଟିକୁ ଗିରଫ କରିଥିଲା ପୋଲିସ୍। ନୟାପଲ୍ଲୀ ସିଆରପି ଛକ ନିକଟରେ ଏକ ପିକଅପ୍ ଭ୍ୟାନ୍ ଭିତରେ ଯୁବକକୁ ହାଣି ହତ୍ୟା କରିଥିଲେ ଦୁଇ ଭାଇ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରି ନର୍ଧୁମ୍ ଛେଚିଥିଲେ ସ୍ଥାନୀୟ ଲୋକେ।

Comments are closed.