Odisha Link
Bridging the Missing Links in Odisha

ମହିଳାଙ୍କଠୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଆଜି ସକାଳେ ଫୁଲ ତୋଳିବାକୁ ଆସିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ। କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣାଟି ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ଅନଶ୍ୱୟା ନାମକ ଜେଣେ ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ଦୁଇ ଲୁଟେରା ବାଇକରେ ଆସିଥିଲେ। ଜଣେ ଗାଡ଼ି ଚଳାଉଥିବା ବେଳେ ଆଉ ଜଣେ ମାରଣାସ୍ତ୍ର ଧରି ଅନଶ୍ୱୟାଙ୍କ ପାଖକୁ ଯାଇଥିଲେ।

ପରେ ମାରଣାସ୍ତ୍ର ସାହାଯ୍ୟରେ ମହିଳାଙ୍କୁ ଆକ୍ରମଣ କରି ଥିଲେ ଏବଂ ତାଙ୍କ ବେକରେ ଥିବା ସୁନା ଚେନ ଲୁଟି ନେଇଥିଲେ। ତେବେ ଲୁଟର ସମ୍ପୂର୍ଣ ଚିତ୍ର କଏଦ ହୋଇଛି ସିସିଟିଭି ଫୁଟେଜରେ। ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.