Odisha Link
Bridging the Missing Links in Odisha

ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ମୋଦିଙ୍କ ମହାବେଶ, ସାମିଲ ହେବେ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି

କଲିକତା: ଆଉ ମାତ୍ର ଦିନ କେଇଟା ପରେ ପଶ୍ଚିମବଙ୍ଗ ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ରାଲି। ନିଜ ଆଶନ ବଞ୍ଚାଇବା ପାଇଁ ମମତା ଦିଦି ଭରପୁର ପ୍ରୟାସ କରୁଥିବା ବେଳେ, ଗଡ଼ ହାତେଇବାକୁ ବିଜେପି ରଣନୀତି ନିର୍ବାଚନ ରାଲିକୁ ଜୋରଦାର କରିଛି।

ଆଜି ପ୍ରଚାରରେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବିଜେପିର ମିଶନ ପଶ୍ଚିମ ବଙ୍ଗ। ଆଜି କୋଲକାତାରେ ମୋଦି କରିବେ ବିଶାଳ ସମାବେଶ। କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଏହି ସମାବେଶରେ ବିଜେପି ପାଇଁ ଶଙ୍ଖନାଦ କରିବେ ମୋଦି। ପ୍ରଧାନମନ୍ତ୍ରୀଙ୍କ ଏହି ରାଲି ଜରିଆରେ ମମତା ବାନାର୍ଜୀଙ୍କ ବିରୋଧରେ, ବିଜେପି ରଣହୁଙ୍କାର ଦେବ। ମୋଦିଙ୍କ ରାଲିରେ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ କୁହାଯାଉଛି।

ସେପଟେ ମୋଦିଙ୍କ ଏହି ରାଲି ଆଗରୁ ବଳ ଗୋଟାଉଛି ବିଜେପି। ଟିଏମସିର ପୂର୍ବତନ ମନ୍ତ୍ରୀ ଦିନେଶ ଶର୍ମା ବିଜେପିରେ ଯୋଗ ଦେଇଛନ୍ତି। ଆଜି ମୋଦିଙ୍କ ଉପସ୍ଥିତିରେ ବଲିଉଡ୍ ଆକ୍ଟର ମିଥୁନ ଚକ୍ରବର୍ତି, ବିଜେପିରେ ସାମିଲ ହେବା ନେଇ ଚର୍ଚା ହେଉଛି। ଏସବୁ ଭିତରେ ଗତକାଲି ରାତିରେ ମିଥୁନ୍ ଚକ୍ରବର୍ତିଙ୍କ ସହିତ ବିଜେପି ନେତା କୈଳାସ ବିଜୟ ବର୍ଗୀୟ ସାକ୍ଷାତ କରିଥିବା ସୂଚନା ମିଳିଛି।

ଏହି ସାକ୍ଷାତ ସମୟରେ ଆଜି ମୋଦିଙ୍କ ସମାବେଶ ମଞ୍ଚରେ ମିଥୁନ୍ ଚକ୍ରବର୍ତି ଉପସ୍ଥିତ ରହିବା ନେଇ ଆଲୋଚନା ହୋଇଛି। ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ମିଥୁନ୍ ପ୍ରଚାର କରିବେ ବୋଲି ଜଣାପଡିଛି। ଆଜି ମୋଦିଙ୍କ ମଞ୍ଚରେ ମିଥୁନ୍ ସମବେତ ଜନତାଙ୍କୁ ସଂବୋଧନ କରିବା କାର୍ଯ୍ୟକ୍ରମ ରହିଛି।

Comments are closed.