Odisha Link
Bridging the Missing Links in Odisha

ସିଆରପି ହତ୍ୟାକାଣ୍ଡ ଘଟଣା: ପିସିଆର୍ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ

ଭୁବନେଶ୍ୱର: ଗତକାଲି ସିଆରପି ଛକରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ଦିନ ଦ୍ୱିପହରରେ ଟୁକୁନା ସାହୁ ଓରଫ ଜଟଙ୍କୁ ଆକ୍ରମଣ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ସୁଧୀର ଓ ସାଗର। ଦୁଇଜଣ ଜଟିଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ ।

ଜଟିଆଙ୍କ ମୃତ୍ୟୁ ପରେ ତାଙ୍କୁ ଗାଡ଼ିରେ ନେଇ ଆସୁଥିବା ବେଳେ ସ୍ଥାନୀୟ ଲୋକେ ଗାଡ଼ି ଅଟକାଇ ଦୁଇଜଣଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ ୨ ଅଭିଯୁକ୍ତଙ୍କୁ ପିସିଆରରୁ ଭିଡ଼ି ଆଣି ମାଡ଼ ମାରିବା ସହ ପିସିଆର ଭ୍ୟାନ୍ ଭଙ୍ଗାରୁଜା କରିଥିଲେ।

ଅଭିଯୁକ୍ତଙ୍କୁ ଆକ୍ରମଣ ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ଗତକାଲି ପୋଲିସ ଉପସ୍ଥିତିରେ ଯେଉଁଭଳି ହତ୍ୟାକାରୀଙ୍କୁ ଆକ୍ରମଣ କଲେ ସ୍ଥାନୀୟ ଜନତା ଏହାକୁ ନେଇ ପୋଲିସ ଛାନଭିନ ଆରମ୍ଭ କରିଛି।

ଆଇନକୁ ହାତକୁ ନେବା ସହ ଅଭିଯୁକ୍ତଙ୍କୁ ମାଡ ଓ ଉଦ୍ଧାର କରିବାକୁ ଯାଇଥିବା ପିସିଆର ଭ୍ୟାନ ଉପରକୁ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଗରୁ ସୂଚନା ଦେଇଥିଲେ ଭୁବନେଶ୍ୱର ଡିସିପି।ଏନେଇ ଡିସିପି ସୂଚନା ଦେବେ ବୋଲି ଜଣାପଡିଛି।

Comments are closed.