Odisha Link
Bridging the Missing Links in Odisha

ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି: ୪ ଆହତ, ଜଣେ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଣ୍ଡା ଘଟିରେ ଅଗ୍ନିଶମ ବିଭାଗର ଗାଡ଼ି ଓଲଟି ପଡ଼ିଛି। ଫଳରେ ୫ ଗଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

ପୁଲିସ ଡିଜି ଅଭୟ ହେଲିକପ୍ଟରରେ ଆଜି ବଣ୍ଡା ଘାଟି ମୁଦୁଲିପଡ଼ା ଗସ୍ତ କରିବେ। ସେଥିପାଇଁ କୁଡୁମୁଳୁଗୁମ୍ମା ଅଗ୍ନିଶମ ବିଭାଗର କର୍ମଚାରୀମାନେ ମୁଦୁଲିପଡ଼ା ଯାଉଥିଲେ। ତେବେ ରାସ୍ତାରେ ଅଗ୍ନିଶମ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି।

ଫଳରେ ଏଥିରେ ଥିବା ୫ ଜଣ କର୍ମଚାରୀ ଆହତ ହୋଇଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଖାଇରପୁଟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ମନୋଜ କୁମାର ସେଠୀ, ଉମାସଙ୍କର ନାୟକ, ସରଙ୍ଗାଧର ହାତୀ ଓ ପ୍ରକାଶ ଚନ୍ଦ୍ର ନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.