Odisha Link
Bridging the Missing Links in Odisha

ଇତିହାସ ରଚିଲେ ମିତାଲୀ ରାଜ, ଭାରତର ପ୍ରଥମ ଓ ବିଶ୍ବର ୨ୟ ମହିଳା ଭାବେ କଲେ ସର୍ବାଧିକ ରନ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଦିନିକିଆ ଅଧିନାୟିକା ମିତାଲୀ ରାଜ ରଚିଲେ ଇତିହାସ। ମତାଲୀ ରାଜ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍‌ କରିବାରେ ପ୍ରଥମ ଭାରତୀୟ ଓ ବିଶ୍ବର ଦ୍ବିତୀୟ ମହିଳା ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ମିତାଲୀ।

ମିତାଲୀଙ୍କ ପୂର୍ବରୁ ମହିଳା କ୍ରିକେଟରେ ସର୍ବାଧିକ ରନ୍‌ ସ୍କୋରର ହେଉଛନ୍ତି ଚାଲାର୍ଟ ଏଡଓ୍ବାର୍ଡସ୍। ସେ ଏପର୍ଯ୍ୟନ୍ତ ୩୦୯ ଟି ମ୍ୟାଚ୍‌ ଖେଳି ୧୦,୨୭୩ ରନ୍‌ ସ୍କୋର କରିଛନ୍ତି। ଏହପାରେ ମିତାଲୀ ୩୧୧ଟି ମ୍ୟାଚ୍‌ ଖେଳି ୧୦,୦୦୧ ରନ୍‌ କରିଛନ୍ତି। ମିତାଲୀ ୪୬.୭୩ ଆଭେରେଜରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି।

ମିତାଲୀ ଟେଷ୍ଟ କ୍ରିକେଟରେ ୬୬୩ ରନ୍‌ କରିଥିବା ବେଳେ ଦିନିକିଆରେ ୬୯୭୪ ରନ୍‌ କରିଛନ୍ତି। ସେହିପରି ଟି-୨୦ କ୍ରିକେଟରେ ୨୩୬୪ ରନ୍‌ କରିଛନ୍ତି ମିତାଲୀ। ଦକ୍ଷିଣ ଆ‌ଫ୍ରିକା ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ୧୦ ହଜାର ରନ୍‌ ପୂରଣ କରିବାକୁ ମିତାଲୀଙ୍କୁ ଆଉ ୮୫ ରନର ଆବଶ୍ୟକତା ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ଏହି ସଫଳତା ହାସଲ କରିଛନ୍ତି ମିତାଲୀ।

Comments are closed.