Odisha Link
Bridging the Missing Links in Odisha

ବିଧାନସଭା: ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ତେବେ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହୋଇଛି। ଫଳରେ ପୁଣି ଥରେ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ମଣ୍ଡି ସମସ୍ୟାକୁ ନେଇ ତାତିଥିଲେ ବିରୋଧୀ। ପ୍ରଶ୍ନକାଳ ଆରମ୍ଭରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ମଣ୍ଡିରୁ ଧାନ ନଉଠିବା ପ୍ରସଙ୍ଗକୁ ନେଇ ହଙ୍ଗାମା କରିଥିଲେ। ଗୃହ ମଧ୍ୟଭାଗକୁ ମାଡି ଆସି ବିରୋଧୀ ହୋହାଲ୍ଲା କରିବାରୁ ପ୍ରଶ୍ନକାଳ ଚାଲି ପାରିନଥିଲା । ଫଳରେ ବାଚସ୍ପତି ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ରଖିିଥିଲେ।

ପରେ ସାଢେ ୧୧ଟାରେ ଗୃହ କାର୍ୟ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ମଣ୍ଡି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ। ତେବେ ଧାନ କିଣା ସମସ୍ୟା ନେଇ ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଥିଲ। ଆଜି ଦିନର କାର୍ଯ୍ୟ ସରିବା ପୂର୍ବରୁ ବିଭାଗୀୟ ମନ୍ତ୍ରୀ ଗୃହରେ ବିବୃତ୍ତି ଦେବେ। ଧାନକିଣା ନେଇ ଯୋଗାଣ ମନ୍ତ୍ରୀ ବିବୃତି ଦେବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଥିଲେ। ଏଥିସହ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।

Comments are closed.