Odisha Link
Bridging the Missing Links in Odisha

ବନ୍ଦ ହେଲା ବିଜୁ ଯୁବ ବାହିନୀ !

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟ ବିଜୁ ଯୁବ ବାହିନୀ ବନ୍ଦ। ବିଜୁ ଯୁବ ବାହିନୀ ବନ୍ଦ ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବିଧାନସଭାରେ ବିଧାୟକ ଭବାନୀ ଭୋଇଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜୁ ଯୁବକ ବାହିନୀ ବନ୍ଦ ହୋଇଥିବା କହିଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟରେ କୌଣସି ଅର୍ଥ ବ୍ୟବସ୍ଥା ନାହିଁ। ତେଣୁ ବିଜୁ ଯୁବ ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ। ରାଜ୍ୟର କୌଣସି ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବର୍ତ୍ତମାନ କାର୍ଯ୍ୟ କରୁନି ଯୁବ ବାହିନୀ। ବଜେଟରେ ଅର୍ଥ ବ୍ୟବସ୍ଥା ନଥିବାରୁ ଖର୍ଚ୍ଚର କୌଣସି ଅବକାଶ ନାହିଁ।’

ବିଜୁ ଯୁବ ବାହିନୀ ବନ୍ଦ ହେବାକୁ ନେଇ ବିରୋଧଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ନିର୍ବାଚନ ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ସରକାର ନିର୍ବାଚନ ପାଇଁ ବିଜୁ ଯୁବ ବାହିନୀ କରିଥିଲେ। ନିର୍ବାଚନ ପରେ ଆଉ ଦରକାର ପଡ଼ିଲାନି ତେଣୁ ବନ୍ଦ କଲେ। ସାଧାରଣ ଲୋକଙ୍କ ପଇସା ସରକାର ଏମିତି ଆତ୍ମସାତ ନକରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି।

ସେହିପରି ଆମ ଆରୋପ ସତ ହେଲା ବୋଲି କହିଛନ୍ତି ଅଧିରାଜ ପାଣିଗ୍ରାହୀ। ସେ କହିଛନ୍ତି ଯେ, ନିର୍ବାଚନ ବେଳେ ବିଜୁ ଯୁବ ବାହିନୀ କରିଥିଲେ। ଆମେ ଗୁଣ୍ଡା ବାହିନୀ ବୋଲି କହୁଥିଲୁ। କାମ କରିବା ପରେ ବନ୍ଦ କରିଦେଲେ, ଆମ ଅନୁମାନ ସତ ହେଲା। ସରକାର ସେ ଯୁବକମାନଙ୍କୁ କ୍ଷମା ମାଗନ୍ତୁ ବୋଲି ଅଧିରାଜ କହିଛନ୍ତି।

Comments are closed.