Odisha Link
Bridging the Missing Links in Odisha

କରୋନା ଟେଷ୍ଟିଂ: ଜିଲ୍ଲା ଦାୟିତ୍ୱରେ ୬ ବରିଷ୍ଠ ଡାକ୍ତର

ଭୁବନେଶ୍ୱର: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଟେଷ୍ଟିଂ ବଢାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଟେଷ୍ଟିଂକୁ ଦୃଷ୍ଟିରେ ରଖି ପ୍ରତି ଜିଲ୍ଲା ଦାୟିତ୍ୱରେ ୬ ଜଣ ବରିଷ୍ଠ ଡାକ୍ତରଙ୍କୁ ରଖାଯାଇଛି। ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସଂକ୍ରମଣ ବୃଦ୍ଧି ନେଇ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, କିଛି ରାଜ୍ୟରେ ହଠାତ୍ ସଂକ୍ରମଣ ବଢିଛି, କିନ୍ତୁ ଓଢିଶାରେ କରୋନା ନିୟନ୍ତ୍ରଣାଧୀନ ଅଛି। ୫ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ନିଘା ରଖାଯାଇଛି। ରାଜ୍ୟରେ ଟ୍ରେନ ଯାତ୍ରୀଙ୍କର ଚେକିଂ କରାଯାଉଛି। ଟ୍ରେନରେ ଆସୁଥିବା ଯାତ୍ରୀଙ୍କ ଲକ୍ଷଣ ଥିଲେ ଆରଟିପିସିଆର ଟେଷ୍ଟ କରାଯିବ। ଏୟାରପୋର୍ଟ, ରେଳ ଷ୍ଟେସନରେ ଯାଞ୍ଚ ହେଉଛି।

ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ ଦିଆଯାଉଛି। ଜଣେ ସ୍ୱତନ୍ତ୍ର ସଚିବଙ୍କ ସହ ୩୦ ଜିଲ୍ଲାପାଇଁ ୬ ଡାକ୍ତରଙ୍କୁ ଦାୟିତ୍ୱ ଦିଆଯାଇଛି। ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଥିବା ବେଳେ ତାହାକୁ ଏପ୍ରିଲ ୩୦ ଯାଏ ବଢାଯାଇଛି।

Comments are closed.