Odisha Link
Bridging the Missing Links in Odisha

କଟକର ସୁପର ମାର୍କେଟ ସିଲ୍

କଟକ: ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ। ରାଜ୍ୟରେ ଦୈନକ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଥିବାବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ସାଧାରଣ ଲୋକେ। କଟକ ସୁପର ମାର୍କେଟରେ କୋଭିଡ କଟକଣାକୁ ସାଧାରଣ ଲୋକେ ଅବମାମନନା କରୁଥିବା ଦର୍ଶାଇ ମାର୍କେଟ ସିଲ କରିଛି ସିଏମସି। ହିନ୍ଦ ସିନେମା ହଲ ସୁପର ମାର୍କେଟକୁ ସିଲ କରିଛି ସିଏମସି।

କୋଭିଡ଼ ସଂକ୍ରମଣ ବ୍ୟାପୁଥିବାରୁ ସହରରେ କଡା କଡ଼ି ଯାଞ୍ଚ ହେଉଛି। ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ସିଏମସି ଓ ପୋଲିସ। ଯାଞ୍ଚ ବେଳେ ସୁପର ମାର୍କେଟରେ କୋଭିଡର ସାମାନ୍ୟ କଟକଣା ଦେଖିବାକୁ ମିଳିନଥିଲା।

ଅନ୍ୟପଟେ ରାଜ୍ୟରେ କୋଭିଡ ସଂକ୍ରମଣ ପୁନର୍ବାର ବୃଦ୍ଧି ଘଟୁଛି। ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ଆଜି ଗୋଟିଏ ଦିନରେ ୨୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁଥିରୁ କଟକରୁ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.