Odisha Link
Bridging the Missing Links in Odisha

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ଦୋଳ ପୂର୍ଣ୍ଣିମାରେ ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ୨୧ (ଗ) ଖୁଆଡ ମଧ୍ୟରେ ଧଳା ରଙ୍ଗର ବାଘୁଣୀ ବିଜୟାର ତୃତୀୟ ଗର୍ଭରୁ ଜନ୍ମ ନେଇଛନ୍ତି ୩ଟି ଶାବକ। ଏନେଇ ବିଜୟା ଖୁଆଡରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି କର୍ତୁପକ୍ଷ ସୂଚନା ଦେଇଛନ୍ତି।

ସାଧାରଣ ନାଲି ରଙ୍ଗର ମହାବଳ ବାଘ ସେଫ୍ସହିତ ମିଳନରୁ ଗର୍ଭଧାରଣର ୧୦୪ ଦିନରେ ଶାବକ ୩ଟି ଜନ୍ମ ଲାଭ କରିଛନ୍ତି। ଛୁଆ ଦୁଇଟିଙ୍କର ଲିଙ୍ଗ ଓ ରଙ୍ଗ ଚିହ୍ନଟ ହୋଇପାରିନାହିଁ।

ବିଜୟା ୨୦୧୦ ମସିହା ମାର୍ଚ୍ଚ ମାସ ୧ତାରିଖରେ ସାଧାରଣ ନାଲି ରଙ୍ଗର ମହାବଳ ରୋଷନ ଓ ଧଳାବାଘୁଣୀ କୁସୁମଙ୍କ ମିଳନରୁ ଜନ୍ମିତ ।ବିଜୟା ୨୦୧୬ ମସିହା ଅଗଷ୍ଟ ୯ତାରିଖରେ ରୋଷନ ମିଳନରୁ ପ୍ରଥମ ଗର୍ଭରୁ ଆଦିତି (ନାଲି) ଓ ସାହିଲ (ଧଳା)ଙ୍କୁ, ଦ୍ୱିତୀୟ ଗର୍ଭରୁ ୨୦୧୮ ମସିହା ସେପ୍ଟେମ୍ବର ୨୩ତାରିଖରେ ଭୋଷନ ଔରଷର ରାଜେଶ (ଧଳା) ଓ ରୂପା (ନାଲି)ଙ୍କୁ ଜନ୍ମ ଦେଇଥିଲା। ବିଜୟା ୩ଥର ଗର୍ଭ ପ୍ରସବ କରି ମୋଟ ୬ଟି ଶାବକଙ୍କୁ ଜନ୍ମ ଦେଇଛି।

Comments are closed.