Odisha Link
Bridging the Missing Links in Odisha

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକୋ ପୁରସ୍କାର

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଚଳଚ୍ଚିତ୍ର ଜଗତର ସବୁଠାରୁ ବଡ଼ ପୁରସ୍କାର। ୫୧ ତମ ଦାଦା ସାହେବ ଫାଲକୋ ପୁରସ୍କାର ପାଇବେ ରଜନୀକାନ୍ତ। ଏସମ୍ପର୍କରେ ଗୁରୁବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର।

ପ୍ରକାଶ ଜାଭେଦକର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରଜନୀକାନ୍ତ ଗତ ୫ ଦଶକ ଧରି ସିନେମା ଦୁନିଆରେ ରାଜ୍ କରୁଛନ୍ତି ଓ ଲୋକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଏହି କାରଣରୁ ଏଥର ଦାଦା ସାହେବ ଫାଲକୋର ଜ୍ୟୁରୀ ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦେବାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩ ମଇରେ ଏହି ପୁରସ୍କାର ଦିଆଯିବ ବୋଲି କହିଛନ୍ତି ଜାଭେଦକର।

Comments are closed.