Odisha Link
Bridging the Missing Links in Odisha

କରୋନା: ରାୟପୁରକୁ ଲକଡାଉନ୍ ଘୋଷଣା କଲେ ସରକାର

ରାୟପୁର: ଛତିଶଗଡ଼ ସରକାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସବୁଠାରୁ ବଡ଼ ସହର କୁହାଯାଉଥିବା ରାୟପୁରରେ ୧୦ ଦିନିଆ ପୂର୍ଣ୍ଣ ଲକଡାଉନ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ସୂଚନା ଅନୁସାରେ, ଏପ୍ରିଲ ୯ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଲକଡାଉନ୍‌ ଲାଗୁ କରାଯିବ। ରାୟପୁର ଜିଲ୍ଲାପାଳ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଦେଇଛନ୍ତି। ପୂର୍ଣ୍ଣ ଲକଡାଉନ ସମୟରେ ଜିଲ୍ଲାର ସମସ୍ତ ସୀମା ସିଲ୍ କରାଯିବ ବୋଲି କୁହାଯାଇଛି।

ରାୟପୁର ଜିଲ୍ଲାପାଳଙ୍କ ସୂଚନା ମୁତାବକ ଲକଡାଉନ୍ ସମୟରେ ସହରର ସମସ୍ତ ମଦ ଦୋକାନ ବନ୍ଦ ରହିବ। ଏହାସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବା ବା ସହ ବ୍ୟାଙ୍କ ବନ୍ଦ ରହିବ।

ଅନ୍ୟପଟେ ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ ଯେଉଁ ଶ୍ରମିକ ମାନେ ପ୍ରତିଷ୍ଠାନ ଭିତରେ କାମ କରୁଛନ୍ତି ସେମାନେ କାର୍ଯ୍ୟ କରିପାରିବେ। ଏହାସହ ସମସ୍ତ ଧାର୍ମିକ ପୀଠ, ପର୍ଯ୍ୟଟନସ୍ଥଳୀ ବି ବନ୍ଦ ରହିବ ବୋଲି କୁହାଯାଇଛି। ସେପଟେ କୋଭିଡ କଟକଣା ଉଲଙ୍ଘନ କଲେ ପ୍ରଶାସନ ତରଫରୁ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।

ପ୍ରକାଶ ଯେ, ମଙ୍ଗଳବାର ଦିନ ଛତିଶଗଡରେ ରେକର୍ଡ ସଂଖ୍ୟକ ୯୯୨୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୫୩ ଜଣ ଲୋକ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମଙ୍ଗଳବାର ଦିନ କେବଳ ରାଇପୁରରୁ ୨୮୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ ଛତିଶଗଡ ରାଇପୁର ସହରରେ ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛି।

Leave A Reply

Your email address will not be published.