Odisha Link
Bridging the Missing Links in Odisha

୩ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଓବାଦୀଙ୍କ ଅପହରଣ

ଛତିଶଗଡ଼: ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ଗତକାଲି ଜଣେ ଅପହୃତ ଯବାନଙ୍କୁ ଛାଡ଼ିବା ପରେ ଆଜି ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁୁ ମାଓବାଦୀମାନେ ଅପହରଣ କରିଛନ୍ତି।

ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗ୍ରାମରୁ ମାଓବାଦୀମାନେ ସମ୍ପୃକ୍ତ ୩ ଜଣଙ୍କୁ ଅପହରଣ କରିନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଯେଉଁ ଗୁଳି ବିନିମୟ ହୋଇଥିଲା ସେଥିରେ ଆହତ ମାଓବାଦୀଙ୍କ ଚିକିତ୍ସା ପାଇଁ ସମ୍ପୃକ୍ତ ୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି।

Leave A Reply

Your email address will not be published.