Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ୪୪ଟି ଆସନ ପାଇଁ ମତଦାନ

କୋଲକାତା: ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇସାରି ଥିବାବେଳେ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୧୨ହଜାର ୩୧୦ଟି ମତଦାନ କେନ୍ଦ୍ର କରାଯାଇଛି। ପ୍ରତି ବୁଥରେ ଇଭିଏମ ସହ ଭିଭିପ୍ୟାଟରେ ମତଦାନ ବ୍ୟବସ୍ଥା ହୋଇଛି।

ମତଦାନ ବେଳେ କୋଭିଡ ଗାଇଡ୍ ଲାଇନକୁ କଡାକଡି ପାଳନ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ୫ଟି ଜିଲ୍ଲାର ୪୪ଟି ଆସନରେ ହେଉଥିବା ନିର୍ବାଚନରେ ୩୭୩ ଜଣ ପ୍ରାର୍ଥୀ ଲଢୁଛନ୍ତି। ଏମାନଙ୍କ ମଧ୍ୟରେ ୫୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଏହି ପର୍ଯ୍ୟାୟରେ କୁଚବିହାର ଆସନରେ ରାଜ୍ୟ ମନ୍ତ୍ରୀ ବିନୟ କ୍ରିଷ୍ଣ ବର୍ମନ, ନଟବରୀରୁ ରବିନ୍ଦ୍ର ନାଥ ଘୋଷ, ଶିବପୁରରୁ କ୍ରିକେଟିୟର ମନୋଜ ତିୱାରୀ, କୋଲକାତାର ବେଲି ଆସନରୁ ଶିଳ୍ପପତି ଜଗମୋହନ ଡାଲମିଆଙ୍କ ଝିଅ ବୈଶାଳି ଡାଲମିଆ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି। ସେହିପରି ବିଜେପି ସାଂସଦ ଲକେଟ ଚାଟାର୍ଜୀ ଚୁନଚୁରା ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି।

Leave A Reply

Your email address will not be published.