Odisha Link
Bridging the Missing Links in Odisha

ଓଡ଼ିଆ ନବବର୍ଷର ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ମଧ୍ଯ ପାଳନ କରାଯାଏ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ।

ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଛା ବାର୍ତ୍ତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ଓଡ଼ିଆ ନବବର୍ଷ ଏବଂ ପଣାସଂକ୍ରାନ୍ତି ଉପଲକ୍ଷେ ପ୍ରତିଟି ଓଡ଼ିଆଙ୍କୁ ମୋର ଶୁଭେଛା। ସଭିଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଆ ନବବର୍ଷ ଉପଲକ୍ଷେ ନିଜର ଶୁଭେଛା ବାର୍ତ୍ତା ଜଣାଇଛନ୍ତି। ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏ କଠିନ ସମୟ ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୁଭେଛା ଜଣାଇବା ସହ ଶୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିଛନ୍ତି। ପୋଲିସ ଡିଜି ଅଭୟ ମଧ୍ୟ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷରେ ଉପଲକ୍ଷେ ଶୁଭେଛା ଜଣାଇଛନ୍ତି।

Leave A Reply

Your email address will not be published.