Odisha Link
Bridging the Missing Links in Odisha

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି ଜନ୍ମ ନେଇଛି। ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା।

ଗତକାଲି ମଙ୍ଗଳବାର ବିଳମ୍ବିତ ରାତିରେ ବାଘୁଣୀ ମେଘା ତିନୋଟି ଶାବକ ଜନ୍ମ ଦେଇଛି। ଗତ ତିନି ମାସ ତଳେ ଜଙ୍ଗଲି ମହାବଳ ବାଘ ନନ୍ଦନ ସହିତ ତାର ମିଳନ କରାଯାଇଥିଲା।

ପୂର୍ବରୁ ଗତ ୨୦୧୬ ମସିହାରେ ମେଘା ସହିତ ନନ୍ଦନର ମିଳନ ହୋଇଥିଲା। ସେତେବେଳେ ଦୁଇଟି ଶାବକ ଜନ୍ମ ହୋଇଥିଲା। ତେବେ ବର୍ତ୍ତମାନ ନନ୍ଦନକାନନରେ ବାଘ ମାନଙ୍କ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.