Odisha Link
Bridging the Missing Links in Odisha

ରାଉରକେଲାରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଲଜ୍ଜା। ଜଣେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ବସ୍ତି ଅଞ୍ଚଳରେ।

ସୂଚନା ମୁତାବକ, ନାବାଳିକାଟି ଦୋକାନକୁ ବିସ୍କୁଟ ଆଣିବା ଯାଇଥିବାବେଳେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣଙ୍କ ଝିଅଟିକୁ ଡାକି ନେଇ ଦୁଷ୍କର୍ମ କରିଛନ୍ତି। ପରେ ଝିଅଟି ଘରେ ଆସି ଏ ବିଷୟରେ ପରିବାର ଲୋକଙ୍କୁ ଏ ସଂପର୍କରେ ଜଣାଇଥିଲା।

ପରିବାର ଲୋକେ ଦୁଷ୍କର୍ମ ସଂପର୍କରେ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଯୁବକ କରୋନ ଲାକ୍ରାକୁ ଗିରଫ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.