Odisha Link
Bridging the Missing Links in Odisha

ଏଣିକି କର୍ମଚାରୀଙ୍କୁ ଯାତାୟତ ପାଇଁ ଆଇ-କାର୍ଡ ସହ ଇ-ପରମିଶନ ଜରୁରୀ

ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଆଇ-କାର୍ଡ ସହ ଇ-ପରମିଶନ ଦେଖାଇବାକୁ ପଡ଼ିବ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ୧୪ ଦିନିଆ ଲକଡାଉନ କରାଯାଇଛି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି। ମାତ୍ର ଲକଡାଉନରେ ପରିଚୟପତ୍ର ଧରି କେତେକ ଲୋକ ମନଇଚ୍ଛା ବୁଲୁଥିବା ନଜରକୁ ଆସୁଛି। ଫଳରେ କମିଶନରେଟ ପୁଲିସ ପକ୍ଷରୁ କଟକଣା କଡାକଡି କରାଯାଇଛି।

ଏଣିକି ଲକଡାଉନ ଓ ସଟଡାଉନରେ ଆତଯାତ କରୁଥିବା ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଆଇ-କାର୍ଡ ସହ ଇ-ପରମିଶନ ଦେଖାଇବାକୁ ପଡ଼ିବ। ଏନେଇ ଟୁଇନ ସିଟି ପାଇଁ  କମିଶନରେଟ ପୁଲିସ ପକ୍ଷରୁ ଇ-ପରମିଶନ ବ୍ୟବସ୍ଥା କରାଯାଇଛି।  ଇ-ପରମିଶନ ପାଇଁ କମିଶନରେଟ ପୁଲିସ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରିଛି। ଟୁଇନ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପାସ ବ୍ୟବସ୍ଥା କରାଯାଇଛି।

ପୁଲିସ ପାସ ବ୍ୟବସ୍ଥା ନଥିବାରୁ ଇ-ପରମିଶନ ଜରିଆରେ ଆବେଦନ କରିହେବ। ନିର୍ଦ୍ଧିଷ୍ଟ କେତେ କର୍ମଚାରୀଙ୍କୁ ସମ୍ପୃକ୍ତ କମ୍ପାନୀ କାମ ପାଇଁ ଅନୁମତି ଦେଇଛନ୍ତି ତାହାର ତଥ୍ୟ ରହିବ। ଘରୋଇ କମ୍ପାନୀର କର୍ମଚାରୀ ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ। ସେହିପରି ନିୟମ ପାଳନ ହେଉଛି କି ନାହିଁ କମିଶନରେଟ ପୁଲିସ ଅତର୍କିତ ଯାଞ୍ଚ କରିବେ। ଯେକୌଣସି ଘରୋଇ ଅଫିସରେ ଯାଞ୍ଚ କରାଯିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇ-ପରମିଶନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.