Odisha Link
Bridging the Missing Links in Odisha

ଆସୁଛି ଆଉ ଏକ ବାତ୍ୟା ‘ୟଶ’, ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ

ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ

ଭୁବନେଶ୍ୱର: ବାତ୍ୟା ‘ତଉକ୍ତେ’ ପରେ ଏବେ ପୁଣି ଦାନା ବନ୍ଧୁଛି ଆଉ ଏକ ବାତ୍ୟା। ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି କହିଛି।

ଏହି ବାତ୍ୟାକୁ ୟଶ ନାଁ ଦେଇଛି ଆଇଏମଡି। ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇପାରେ। ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ। ଆସନ୍ତା ମେ’ ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିପାରେ ବୋଲି ସ୍ପଷ୍ଟ କରିଛି ଅଲିପୁର ପାଣିପାଗ କେନ୍ଦ୍ର।

ଅନ୍ୟପଟେ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଓ ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର। ଆଜି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ସମେତ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି  ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି।

Leave A Reply

Your email address will not be published.