Odisha Link
Bridging the Missing Links in Odisha

ବାତ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ: ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ବର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟଶ। ଆସନ୍ତା ୨୬ ତାରିଖ ଦ୍ୱିପ୍ରହରରେ ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ୟଶ ଏବେ ପାରାଦୀପ ଠାରୁ ୫୦୦ କିମି ଦୂରରେ ରହିଛି। ଏବେ ସମୁଦ୍ରରେ ପବନର ବେଗ ୬୫ରୁ ୮୫ କିମି ଭିତରେ ରହିଛି। ଆସନ୍ତାକାଲି ଅତି ଭୀଷଣରେ ପରିଣତ ହେବ। ତେବେ ବାତ୍ୟା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

ସ୍ୱାସ୍ଥ୍ୟ ବିଭାଗ ଏବଂ ଗାଡଲାଇନ ଅନୁଯାୟୀ ସବୁ କାର୍ଯ୍ୟ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର କରିବା ସହ ଜରୁରୀକାଳୀନ ସେବା ଯୋଗାଇବା ଓ ପୂର୍ବ ସମସ୍ତ ଚିକିତ୍ସିତଙ୍କୁ ସେବା ପ୍ରାଥମିକତା ଦିଆଯାଇଛି।

ଏଥର କୋଭିଡ ପରିସ୍ଥିତି ଥିବାରୁ ବିଭାଗର ଆଗରେ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। କୋଭିଡକୁ ଦୃଷ୍ଟିରେ ରଖି ସମସ୍ତ କୋଭିଡ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଲଜିଷ୍ଟିକ ମହଜୁଦ ରଖାଯାଇଛି। ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ।

Leave A Reply

Your email address will not be published.