Odisha Link
Bridging the Missing Links in Odisha

ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

କଟକ: ବିଶିଷ୍ଟ ଓଡ଼ିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ। କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିଲେ ଶାନ୍ତିରାଜ। ହଠାତ୍ ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ମେଡିକାଲକୁ ଯାଉଥିଲେ। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

ଶାନ୍ତିରାଜ ଖୋସଲା ବହୁ ଆଲବମ ଓ ଓଲିଉଡରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଧନରେ ରଖିବୁ ଶପଥ ମୋର. ବାଇଶି ପାହାଚେ ଖେଳିବ ମୀନ, ତୋର ମୋର ଯୋଡି ସୁନ୍ଦର, ଫେରିଆ ପରି ୨୦ରୁ ଅଧିକ ସିନେମା ଆଉ ୨ ହଜାରରୁ ଅଧିକ ଆଲବମ ଗୀତରେ ସେ ସଂଗୀତ ନିର୍ଦେଶନା ଦେଇଥିଲେ।  ଶାନ୍ତିରାଜ ଫେରିଆ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ମୃତ୍ୟୁ ଓଲିଉଡ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି ଘଟିଛି।

Leave A Reply

Your email address will not be published.