Odisha Link
Bridging the Missing Links in Odisha

ବାତିଲ ହେଲା ଦ୍ବାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିବିଏସଇ ଦ୍ବାଦଶ ପରୀକ୍ଷା। ଦେଶରେ କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରରେ ରଖି କେନ୍ଦ୍ର ସରକାର ସିବିଏସଇ ଦ୍ବାଦଶ ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯ଼ାଇଛି।

ଏହି ସମୀକ୍ଷା ବୈଠକରେ ମୋଦି କହିଛନ୍ତି ଯ଼େ, ଦେଶ ଛାତ୍ରଛାତ୍ରୀମାନଙ୍କ ସ୍ବାସ୍ଥ୍ୟର ନିରାପତ୍ତାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ଓ ଏହାକୁ ନେଇ କୌଣସି ସାଲିସ କରାଯ଼ିବ ନାହିଁ। ପିଲାମାନଙ୍କ ସ୍ବାର୍ଥରେ ହିଁ ଏହି ନିଷ୍ପତ୍ତି ନିଆଯ଼ାଇଛି। କରୋନା ମହାମାରୀ ପରି ଏକ ଚାପଯ଼ୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରାଯ଼ିବା ଉଚିତ ନୁହେଁ।

ଆଜିର ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯ଼ୋଗ ଦେଇଥିଲେ । ସେହିପରି କ୍ୟାବିନେଟ ସଚିବ, ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବମାନେ ମଧ୍ୟ ଯ଼ୋଗ ଦେଇଥିଲେ।

Leave A Reply

Your email address will not be published.