Odisha Link
Bridging the Missing Links in Odisha

ବ୍ରିଟେନରୁ ମିଳିଲା ଆଉ ଏକ ଭାଇରସ୍‌ ‘ମଙ୍କିପକ୍ସ’

ନୂଆଦିଲ୍ଲୀ: ସାରାବିଶ୍ୱରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ବର୍ତ୍ତମାନ ବ୍ରିଟେନରେ ଆଉ ଏକ ନୂଆ ଭାଇରସ୍ ସାମ୍ନାକୁ ଆସିଛି। ଏହି ଭାଇରସର ନାମ ‘ମଙ୍କିପକ୍ସ’। ବିଟ୍ରେନର ଉତ୍ତର ୱେଲ୍ସରେ ଗୋଟିଏ ପରିବାରର ୨ ଜଣ ଏହି ରୋଗରେ ଚିହ୍ନଟ ହୋଇଛନ୍ତି। ମାମଲା ସାମ୍ନାକୁ ଆସିବା ପରେ କଣ୍ଟ୍ରାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଦାବି କରିଛନ୍ତି ଯେ, ଏହି ଭାଇରସ୍ ବିଦେଶରୁ ବ୍ରିଟେନକୁ ଆସିଛି।

ଡବ୍ଲୁଏସଓ ମୁତାବକ, ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥାଏ ଏହି ମଙ୍କିପକ୍ସ ଭାଇରସ୍। ଏହି ଭାଇରସ୍ ସାଧାରଣତଃ ମଧ୍ୟ ଓ ପଶ୍ଚିମ ଆଫ୍ରିକା ଦେଶରେ ବ୍ୟାପିଥାଏ ଓ ଅନ୍ୟ ଅଞ୍ଚଳରେ ଏହାର ପ୍ରକୋପ ପକାଇଥାଏ। ଏହି ଭାଇରସ୍ ସଂକ୍ରମିତ ପଶୁ ସହ ସମ୍ପର୍କରେ ଆସିବା ଦ୍ୱାରା ବ୍ୟାପିପାରେ। ଏଥିରେ ସଂକ୍ରମିତ ହେଲେ ଜ୍ୱର, ମୁଣ୍ଡବିନ୍ଧା, ଅଣ୍ଟାବିନ୍ଧା, ମାଂସପେଶୀରେ ଯନ୍ତ୍ରଣା ଓ ଦୁର୍ବଳତା ଆଦି ଲକ୍ଷଣ ଦେଖାଯିବ।

ଏଥିରେ ସଂକ୍ରମିତ ହେବାର ପ୍ରଥମ ୫ ଦିନରେ ଶରୀରରେ ଘା’ ହୋଇଥାଏ। ପ୍ରଥମେ ଏହି ଦାଗଗୁଡକ ମୁହଁରେ ହୋଇଥାଏ ଓ ପରେ ସମ୍ପୂର୍ଣ୍ଣ ଶରୀରରେ ବ୍ୟାପିଥାଏ। ସଂକ୍ରମଣ ସମୟରେ ଏହି ଘା’ ଗୁଡିକ ଲାଲ ରଙ୍ଗର ହୋଇଥାଏ। ଏହି ଭାଇରସରେ ମୃତ୍ୟୁ ହାର ୧୧% ହୋଇପାରେ।

ପ୍ରଥମେ ଏହି ଭାଇରସ୍ ୧୯୭୦ ମସିହାରେ ଆଫ୍ରିକାର କଙ୍ଗୋରେ ହୋଇଥିଲା। ପରେ ୨୦୦୩ରେ ଏହି ଭାଇରସ୍ ଆମେରିକା ସମେତ ବିଶ୍ୱସାରା ବ୍ୟାପିଥିଲା।

Leave A Reply

Your email address will not be published.